ୱାଲରସ
Walrus ଜୀବାଶ୍ମ କାଳ: Pleistocene to Recent
| |
---|---|
Male Pacific walrus | |
Female Pacific walrus with young | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ମହାଶ୍ରେଣୀ: | ଟେଟ୍ରାପୋଡା |
ଗୋଷ୍ଠୀ: | ମାମାଲିଆଫୋର୍ମ୍ସ |
ଶ୍ରେଣୀ: | ମାମାଲିଆ |
ଗଣ: | କାର୍ନିଭୋରା |
Clade: | Pinnipediformes |
Clade: | Pinnipedia |
Family: | Odobenidae |
Genus: | Odobenus Brisson, 1762 |
ଜାତି: | O. rosmarus |
ବାଇନୋମିଆଲ ନାମ | |
Odobenus rosmarus | |
Subspecies | |
O. rosmarus rosmarus | |
Distribution of walrus | |
Synonyms | |
ୱାଲରସ (ଇଂରାଜୀ ଭାଷାରେ The walrus (Odobenus rosmarus)) ଏକ ବଡ଼ ଆକାରର ପିନିପେଡ ସାମୁଦ୍ରିକ ସ୍ତନ୍ୟପାୟୀ ପ୍ରାଣୀ (flippered marine mammal) ଯିଏ ଉତ୍ତର ମେରୁର (North Pole) ଆର୍କଟିକ ସମୁଦ୍ର (Arctic Ocean) ଓ ଉତ୍ତର ଗୋଲାର୍ଦ୍ଧର (Northern Hemisphere) ସବଆର୍କଟିକ (subarctic) ସମୁଦ୍ରରେ ବିଚ୍ଛିନ୍ନ ଭାବରେ ବାସ କରନ୍ତି । ଓଡୋବେନିଡି (Odobenidae) ପରିବାରର ଓଡୋବେନସ ପ୍ରଜାତିର ଏହା ଏକମାତ୍ର ପ୍ରାଣୀ ଯିଏ ବଞ୍ଚିରହିଛି । ଏହି ପ୍ରଜାତିକୁ ଦୁଇ ଭାଗରେ ବିଭକ୍ତ କରାଯାଏ ଯେପରିକି [୨] ଆଟଲାଣ୍ଟିକ ମହାସାଗରରେ (Atlantic Ocean) ରହିଥିବା ଆଟଲାଣ୍ଟିକ ୱାଲରସ ଓ ପ୍ରଶାନ୍ତ ମହାସାଗରରେ ରହiଥିବା ପାସିଫିକ ୱାଲରସ ।
ବୟଃପ୍ରାପ୍ତ ୱାଲରସର ବଡ଼ ଲମ୍ବା ଦାନ୍ତ (tusk) ଓ ଲମ୍ବା ଲୋମ (whiskers) ସହିତ ଅଧିକ ସ୍ନାୟୁ ସଂଯୁକ୍ତ ହୋଇଥିବା ବଡ଼ ହେୟାର ଫଲିକ୍ଲ ଓ ବିରାଟକାୟ ଶରୀର ଥାଏ ଯାହାର ଓଜନ ପ୍ରାୟ ୨୦୦୦ କେଜି ବା ୪୪୦୦ ପାଉଣ୍ଡ ହୁଏ ।[୩] କେବଳ ଦୁଇ ପ୍ରଜାତିର ହସ୍ତୀ ସିଲଙ୍କର (elephant seals) ଏହାଠାରୁ ଅଧିକ ଓଜନ ହୁଏ ।[୪] ଏମାନେ କଣ୍ଟିନେଣ୍ଟାଲ ସେଲ୍ଫ (continental shelves) ଉପରେ ଅଗଭୀର ଜଳରେ ବାସ କରନ୍ତି, ସାମୁଦ୍ରିକ ବରଫ ଉପରେ ରହି ତାଙ୍କ ଖାଦ୍ୟ (benthic bivalve mollusk) ଯୋଗାଡ଼ କରନ୍ତି । ୱାଲରସ ବହୁତ ବର୍ଷ ବଞ୍ଚିରହନ୍ତି, ସାମାଜିକ ପ୍ରାଣୀ ଓ ଆର୍କଟିକ ସମୁଦ୍ରିକ ସ୍ଥାନରେ ସେମାନଙ୍କୁ କିସ୍ଟୋନ ପ୍ରଜାତି (keystone species) କୁହାଯାଏ ।
ଅନେକ ମେରୁ ଅଞ୍ଚଳୀୟ ଆଦିମ ଅଧିବାସୀମାନଙ୍କର (indigenous Arctic peoples) ସଂସ୍କୃତିରେ ୱାଲରସ ଏକ ମୁଖ୍ୟ ଭୂମିକା ନିର୍ବାହ କରିଆସିଛି, ସେମାନେ ମାଂସ, ଚର୍ବି, ଚମଡ଼ା, ଦାନ୍ତ ଓ ହାଡ଼ ନିମନ୍ତେ ଏହାକୁ ମାରିଦିଅନ୍ତି । ଊନବିଂଶ ଓ ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ବ୍ଲବର (blubber), ଦାନ୍ତ (walrus ivory) ଓ ମାଂସ ନିମନ୍ତେ ୱାଲରସକୁ ବିପୁଳ ପରିମାଣରେ ଶିକାର କରି ମାରିଦିଆଯାଉଥିଲେ । ମେରୁ ଅଞ୍ଚଳରେ ଏହାର ସଂଖ୍ୟା ଦୃତ ଗତିରେ କମିଗଲା । ଆଗ ଭଳି ମାନବ ଅତ୍ୟାଚାର କମ୍ ଥିବାରୁ ଅପେକ୍ଷାକୃତ ଭାବରେ ଏହା ପରେ ୱାଲରସ ସଂଖ୍ୟା ବଢ଼ୁଛି ।
ଶବ୍ଦ ବ୍ୟୁତ୍ପତ୍ତି
[ସମ୍ପାଦନା]ଜେଆରଆର ଟୋକିଏନ J.R.R. Tolkien[୫] ଭାବୁଥିଲେ, ଏହି ଶବ୍ଦଟି ଜର୍ମାନୀ ଭାଷାର ନିଆଯାଇଛି ଓ ଅନେକଙ୍କ ମତରେ ଏହା ଡଚ ଭାଷାର (Dutch language) ବା ପୁରୁଣା ନୋର୍ସ (Old Norse) ଭାଷାରୁ ଆସିଛି । 'ୱାଲ' ଅଂଶଟି ଡଚ ଭାଷାର ୱାଲଭିସ ତିମିରୁ ନିଆଯାଇଛି । ପୁରୁଣା ନୋର୍ସ ଭାଷାର ଘୋଡ଼ା/horse ଶବ୍ଦରୁ ନିଆଯାଇଛି 'ରସ' ଅଂଶଟି ନିଆଯାଇଛି ।[୬] ଉଦାହରଣ ସ୍ୱରୂପ ଓଲ୍ଡ ନୋର୍ସରେ ହ୍ରୋସଭାଲର ଶବ୍ଦର ଅର୍ଥ ହର୍ଷ-ହ୍ୱେଲ ବା ଘୋଡ଼ା-ତିମି ଯାହା ସମୟକ୍ରମେ ଡଚ ଓ ଉତ୍ତର ଜର୍ମାନୀରେ ପରିବର୍ତ୍ତିତ ହୋଇ ଯଥାକ୍ରମେ ୱାଲରୋସ (walros) ଓ ୱାଲରୋସସ (Walross) ହୋଇ ପରେ ଧୀରେ ଧୀରେ ୱାଲରସ ହୋଇଯାଇଛି ।[୭] ଅନ୍ୟ ଏକ ଥିଓରି ଅନୁସାରେ ଏହା ଡଚ ଭାଷାର ୱାଲ ଶୋର (wal 'shore') ଓ ରିଅସ ଜାଏଣ୍ଟରୁ (reus 'giant') ନିଆଯାଇଛି ।[୮]
ପ୍ରଜାତି ନାମ ରୋସମାରୁସ (rosmarus) ଶବ୍ଦଟି ସ୍କଣ୍ଡିନେଭିଆ ଦେଶର । ନର୍ୱେ ଦେଶର ସନ ୧୨୪୦ରେ ଲିଖିତ ଏକ ପାଣ୍ଡୁଲିପି କୋନୁଙ୍ଗସକୁଗ୍ସରେ (Konungsskuggsja) ୱାଲରସକୁ ଆଇସଲ୍ୟାଣ୍ଡରେ ରୋସ୍ମଭାଲର ("rosmhvalr") ଓ ଗ୍ରୀନଲ୍ୟାଣ୍ଡରେ ରୋସ୍ଟୁଙ୍ଗ ("rostungr") ନାମ ଦିଆଯାଇଛି । ଆଇସଲ୍ୟାଣ୍ଡ, ଗ୍ରୀନଲ୍ୟାଣ୍ଡ ଓ ନରୱେର କେତେକ ସ୍ଥାନର ନାମ (Hvalfjord, Hvallatrar and Hvalsnes) ୱାଲରସର ପ୍ରଜନନ ଭୂମିରୁ ନିଆଯାଇଛି ।
ଆଧାର
[ସମ୍ପାଦନା]- ↑ Lowry, L. (2016). "Odobenus rosmarus". The IUCN Red List of Threatened Species. 2016: e.T15106A45228501. doi:10.2305/IUCN.UK.2016-1.RLTS.T15106A45228501.en. Archived from the original on 5 April 2019. Retrieved 13 January 2018. Database entry includes a brief justification of why this species is considered Vulnerable
- ↑ Wozencraft, W.C. (2005). "Order Carnivora". In Wilson, D.E.; Reeder, D.M (eds.). Mammal Species of the World: A Taxonomic and Geographic Reference (3rd ed.). Johns Hopkins University Press. pp. 532–628. ISBN 978-0-8018-8221-0. OCLC 62265494.
{{cite book}}
: Invalid|ref=harv
(help) - ↑ Walrus: Physical Characteristics Archived 10 July 2012 at the Wayback Machine.. seaworld.org
- ↑ Fay, F.H. (1985). "Odobenus rosmarus". Mammalian Species. 238 (238): 1–7. doi:10.2307/3503810. JSTOR 3503810.
- ↑ J.R.R. Tolkien and the OED, J.R.R. Tolkien and the OED Archived 2018-02-12 at the Wayback Machine.
- ↑ Dictionary.com. Dictionary.reference.com. Retrieved 16 September 2011.
- ↑ Dansk Etymologisk Ordbog, Niels Age Nielsen, Gyldendal 1966
- ↑ Etymology of mammal names. Iberianature.com (29 December 2010). Retrieved 16 September 2011.