ସେନା ଗ୍ଲାଇକୋସାଇଡ
Clinical data | |
---|---|
Trade names | ଏକ୍ସ୍ ଲାକ୍ସ, ସେନୋକୋଟ ଓ ଅନ୍ୟାନ୍ୟ ନାମ । [୧] |
AHFS/Drugs.com | monograph |
Pregnancy category |
|
Routes of administration | ପାଟି (ପିଓ) ଓ ମଳାଶୟ (ପିଆର) |
ATC code | |
Legal status | |
Legal status |
|
Pharmacokinetic data | |
Onset of action | Minutes (PR), 6 to 12 hours (PO)[୨] |
Identifiers | |
ChemSpider | |
(what is this?) (verify) |
ସେନା ଗ୍ଲାଇକୋସାଇଡ ବା ସେନୋସାଇଡ ବା କେବଳ ସେନା ଏକ ଔଷଧ ଯାହା କୋଷ୍ଠ କାଠିନ୍ୟରେ (constipation) ଦିଆଯାଏ କିମ୍ବା ଅପରେଶନ ପୂର୍ବରୁ ବୃହଦନ୍ତ୍ର ଖାଲି କରିବାକୁ ଦିଆଯାଏ । [୧] ଏହି ଔଷଧ ପାଟିବାଟେ ଦିଆଯାଏ ବା ମଳାଶୟରେ ଭର୍ତ୍ତିକରିଦିଆଯାଏ । [୧][୩] ମଳାଶୟରେ ଭର୍ତ୍ତି କରିଦେଲେ କିଛି ମିନିଟ ମଧ୍ୟରେ ଓ ପାଟିରେ ଦେଲେ ୧୨ ଘଣ୍ଟାରେ କାର୍ଯ୍ୟକ୍ଷମ ହୁଏ । [୨] ବିସାକୋଡ଼ିଲ କିମ୍ବା ଜଡ଼ା ତେଲ ଅପେକ୍ଷା ଏହା କମ କାର୍ଯ୍ୟକ୍ଷମ ।[୧]
ମାଂସପେଶୀରେ କ୍ରାମ୍ପ ହେବା ଏହାର ଏକ ସାଧାରଣ ପାର୍ଶ୍ୱପ୍ରତିକ୍ରିୟା । [୨] ଏହାକୁ ଦୀର୍ଘକାଳୀନ ଭିତ୍ତିରେ ଦେବାକୁ ସୁପାରିସ କରାଯାଏ ନାହିଁ; ଦେବା ଫଳରେ ଖାଦ୍ୟନଳୀ କର୍ମ କମିଯାଏ ଓ ଇଲେକ୍ଟ୍ରୋଲାଇଟ ସମସ୍ୟା ଦେଖାଯାଏ । ସ୍ତନ୍ୟପାନ ସମୟରେ କୌଣସି କ୍ଷତିର ଇତିହାସ ନ ଥିଲେ ମଧ୍ୟ ଦେବାକୁ ଉପଦେଶ ଦିଆଯାଏ ନାହିଁ । ସ୍ୱାଭାବିକ ଭାବରେ ଏହା ପିଲାଙ୍କୁ ଦିଆଯାଏ ନାହିଁ । ଏହି ଔଷଧ ନେଲେ ପରିସ୍ରା ଲାଲ ଦେଖାଯାଏ । ସେନା ଡେରିଭେଟିଭ ଏକ ପ୍ରକାର ଝାଡ଼ା ଉତ୍ତେଜକ । ଏହାର କାର୍ଯ୍ୟକାରୀତା ସ୍ପଷ୍ଟ ଜଣା ନଥିଲେ ମଧ୍ୟ ଅନ୍ତନଳୀରେ ଅଧିକ ତରଳ ପଦାର୍ଥ ସ୍ରାବ ହୁଏ ଓ ବୃହଦନ୍ତ୍ର ସଙ୍କୁଚିତ ହୁଏ । [୧]
ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [୪] ଏହି ଔଷଧ ଦାମିକା ନୁହେଁ ଓ ଜେନେରିକ ନାମରେ ମିଳେ । [୧][୩] ଗୋଟିଏ ପିଲ୍ର(ବଟିକା) ଦାମ ପ୍ରାୟ 0.0୧ ଆମେରିକୀୟ ଡଲାର । [୫] ସେନା ନାମକ ଗଛରୁ ସେନୋସାଇଡ ତିଆରି ହୁଏ । [୨] ସନ ୭୦୦ରୁ ଏହା ଗଛ ଆକାରରେ ବ୍ୟବହୃତ ହୋଇଆସୁଛି ।[୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ American Society of Health-System Pharmacists (January 1, 2008). "Senna". Drugs.com. Retrieved 11 August 2015.
- ↑ ୩.୦ ୩.୧ Hamilton, Richard J. (2010). Tarascon pharmacopoeia (2010 ed.). Sudbury, Mass.: Jones and Bartlett. p. 181. ISBN 9780763777685.
- ↑ "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.
- ↑ "Senna". International Drug Price Indicator Guide. Archived from the original on 10 March 2020. Retrieved 11 August 2015.
- ↑ Khare, C.P. (2004). Indian Herbal Remedies Rational Western Therapy, Ayurvedic and Other Traditional Usage, Botany. Berlin, Heidelberg: Springer Berlin Heidelberg. p. 133. ISBN 9783642186592.