[go: up one dir, main page]

Jump to content

ଓନିକୋମାଇକୋସିସ

ଉଇକିପିଡ଼ିଆ‌ରୁ
ଓନିକୋମାଇକୋସିସ (Onychomycosis)
Dermatophytic onychomycosis[] tinea unguium[]
ପାଦ ବୃଦ୍ଧାଙ୍ଗୁଳୀ ନ‌ଖରେ ଓନିକୋମାଇକୋସିସ ରୋଗ
ବିଭାଗସଂକ୍ରାମକ ରୋଗ (Infectious disease
ଲକ୍ଷଣନ‌ଖ ରଙ୍ଗ ଧଳା ବା ହଳଦିଆ ରଙ୍ଗ ହୋଇଯାଏ ।[][]
ଆକ୍ରାନ୍ତ ସମୟବୟସ୍କ ପୁରୁଷ [][]
କାରଣକବକ ସଂକ୍ରମଣ (Fungal infection)[]
ବିପଦ କାରକଆଥଲେଟ ଫୁଟ (Athlete's foot), ଅନ୍ୟାନ୍ୟ ନ‌ଖ ରୋଗ (nail diseases), ପେରିଫେରାଲ ଭାସ୍କୁଲାର ଡିଜିଜ (peripheral vascular disease), ଇମ୍ମ୍ୟୁନୋସପ୍ରେସନ (poor immune function)[]
ରୋଗ ନିର୍ଣ୍ଣୟ ପଦ୍ଧତିନ‌ଖ ଚେହେରା ଓ ଲାବୋରେଟରୀ ପରୀକ୍ଷା[]
ସଠିକ ରୋଗ ନିର୍ଣ୍ଣୟସୋରିଆସିସ, କ୍ରନିକ ଚର୍ମ ପ୍ରଦାହ, କ୍ରନିକ ପାରୋନିକିଆ (paronychia), ନ‌ଖ ଆଘାର[]
ଔଷଧଟରବିନାଫାଇନ, ସାଇକ୍ଲୋପାଇରକ୍ସ (ciclopirox)[]
ଚିକିତ୍ସାନାହିଁ, ଆଣ୍ଟିଫଙ୍ଗାଲ ଔଷଧ (anti-fungal medication), ନ‌ଖ କାଟିବା[][]
Prognosisପୁନଃପୌନିକ ରୋଗ[]
ପୁନଃପୌନିକ~ଯୁବକମାନଙ୍କର ୧୦%[]

ଓନିକୋମାଇକୋସିସ Onychomycosis, ଅନ୍ୟ ନାମ ଟିନିଆ ଅଙ୍ଗୁଇଅମ/tinea unguium) ଏକ ପ୍ରକାର କବକ ସଂକ୍ରମଣ (fungal infection) ଯାହା ନ‌ଖକୁ (nail) ଆକ୍ରମଣ କରେ ।[] ନ‌ଖ ରଙ୍ଗ ବଦଳି ହଳଦିଆ ବା ଧଳା ହୋଇଯାଏ, ମୋଟା ହୋଇଯାଏ ଓ ନ‌ଖ ସ୍ଥାନ‌ଚ୍ୟୁତ (separation of the nail from the nail bed) ହୋଇଯାଏ ।[][] ଉଭୟ ପାଦ (Toenails) ଓ ହାତ ନ‌ଖ (fingernails) ସଂକ୍ରମିତ ହୁଅନ୍ତି କିନ୍ତୁ ପାଦ ନ‌ଖ ଅଧିକ ସଂକ୍ରମିତ ହୁଏ ।[] ରୋଗ ଜଟିଳ ହେଲେ ଗୋଡ଼ ତଳ ଭାଗରେ ସେଲ୍ୟୁଲାଇଟିସ୍ ହୁଏ ।[]

ବିଭିନ୍ନ ପ୍ରକାରର କବକ ଏହି ଓନିକୋମାଇକୋସିସ, ଡର୍ମାଟୋଫାଇଟ (dermatophytes) ଓ ଫୁସାରିଅମ (Fusarium) ସଂକ୍ରମଣ କରନ୍ତି ।[] ଆଥଲେଟ ଫୁଟ (Athlete's foot), ଅନ୍ୟାନ୍ୟ ନ‌ଖ ରୋଗ (nail diseases), ପେରିଫେରାଲ ଭାସ୍କୁଲାର ଡିଜିଜ (peripheral vascular disease), ଇମ୍ମ୍ୟୁନୋସପ୍ରେସନ (poor immune function) ଇତ୍ୟାଦି ଥିଲେ ଏହି ରୋଗ ସଙ୍କଟ ରହିବ ।[] ନ‌ଖ ଚେହେରା ଦେଖି ଓ ଲାବୋରେଟରୀ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।[]

ଓନିକୋମାଇକୋସିସ ରୋଗର ଚିକିତ୍ସା ଆବଶ୍ୟକ ହୁଏନାହିଁ ।[] ଆଣ୍ଟିଫଙ୍ଗାଲ ଔଷଧ (anti-fungal medication) ମଧ୍ୟରେ ଟରବିନାଫାଇନ ପାଟିରେ ଦେଲେ ପ୍ରଭାବଶାଳୀ ହୁଏ କିନ୍ତୁ ଏହାଦ୍ୱାର ଯକୃତ ସମସ୍ୟା ସୃଷ୍ଟି ହୋଇପାରେ ।[][] ରୋଗା ନ‌ଖ ଠିକ ଭାବରେ କାଟିଦେଲେ ଉପ‌ଯୋଗୀ ହୁଏ ।[] ସାଇକ୍ଲୋପାଇରକ୍ସ (ciclopirox) ଥିବା ନେଲପଲିସ (nail polish) ଏତେ ଉପକାର କରେନି ।[] ଚିକିତ୍ସା କଲେ ମଧ୍ୟ ପ୍ରାୟ ଅଧା ରୋଗୀଙ୍କର ରୋଗ ଲେଉଟିଆସେ ।[] ଚିକିତ୍ସା ପରେ ପୁରୁଣା ଜୋତା ବ୍ୟବ‌ହାର ନ‌କଲେ ଏହି ରୋଗ ସଙ୍କଟ କମିଯାଏ ।[]

ଜନସଂଖ୍ୟାର ୧୦% ଲୋକଙ୍କର ଏହି ରୋଗ ହୁଏ ।[] ବୟସାଧିକ ଲୋକ ଅଧିକ ଆକ୍ରାନ୍ତ ହୁଅନ୍ତି ।[] ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[] ସମୁଦାୟ ନ‌ଖ ରୋଗ ମଧ୍ୟରୁ ଅଧା ସଂଖ୍ୟକ ରୋଗ ଏହି ଓନିକୋମାଇକୋସିସ ଯୋଗୁ ହୁଏ ।[] ସନ ୧୮୫୩ରେ ଜର୍ଜ ମେଇସନର (Georg Meissner) ପ୍ରଥମେ ଏହା କବକ ଯୋଗୁ ହେଉଥିବା ପ୍ରକାଶ କରିଥିଲେ ।[]

  1. ୧.୦ ୧.୧ Rapini, Ronald P.; Bolognia, Jean L.; Jorizzo, Joseph L. (2007). Dermatology: 2-Volume Set. St. Louis: Mosby. p. 1135. ISBN 1-4160-2999-0.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ Westerberg DP, Voyack MJ (Dec 1, 2013). "Onychomycosis: current trends in diagnosis and treatment". American Family Physician. 88 (11): 762–70. PMID 24364524.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ "Onychomycosis – Dermatologic Disorders". Merck Manuals Professional Edition. February 2017. Retrieved 2 June 2018.
  4. Kreijkamp-Kaspers, S; Hawke, K; Guo, L; Kerin, G; Bell-Syer, SE; Magin, P; Bell-Syer, SV; van Driel, ML (14 July 2017). "Oral antifungal medication for toenail onychomycosis". The Cochrane Database of Systematic Reviews. 7: CD010031. doi:10.1002/14651858.CD010031.pub2. PMID 28707751.
  5. Rigopoulos, Dimitris; Elewski, Boni; Richert, Bertrand (2018). Onychomycosis: Diagnosis and Effective Management (in ଇଂରାଜୀ). John Wiley & Sons. ISBN 9781119226505.

ବାହ୍ୟ ଲିଙ୍କ

[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ