[go: up one dir, main page]

Jump to content

ପ୍ଲେଗ

ଉଇକିପିଡ଼ିଆ‌ରୁ
ପ୍ଲେଗ (Plague)
ୟେରସିନିଆ ପେସ୍ଟିସ (Yersinia pestis) ୨୦୦ ଗୁଣ ବୃହତ (seen at 200× magnification with a fluorescent label).
ବିଭାଗସଂକ୍ରାମକ ରୋଗ (Infectious disease)
ଲକ୍ଷଣଜ୍ୱର, ଦୁର୍ବଳ, ମୁଣ୍ଡ ବିନ୍ଧା[]
ଆକ୍ରାନ୍ତ ସମୟସଂସ୍ପର୍ଶର ୧-୭ ଦିନ ପରେ []
କାରଣୟେରସିନିଆ ପେସ୍ଟିସ (Yersinia pestis)[]
ରୋଗ ନିର୍ଣ୍ଣୟ ପଦ୍ଧତିଲସିକା ଗ୍ରନ୍ଥି, ରକ୍ତ ଓ ଖଙ୍କାରରେ (sputum) ଜୀବାଣୁ ଦେଖି ରୋଗ ନିର୍ଣ୍ଣୟ କରାଯାଏ ।[]
ପ୍ରତିକାରପ୍ଲେଗ ଟିକା (Plague vaccine)[]
ଔଷଧଜେଣ୍ଟାମାଇସିନGentamicin and a ଫ୍ଲୋରୋକୁଇନୋଲିନ (fluoroquinolone)[]
ଚିକିତ୍ସାଆଣ୍ଟିବାୟୋଟିକ (Antibiotic) ଓ ସାହାଯ୍ୟକାରୀ ଯତ୍ନ (supportive care)[]
Prognosisଚିକିତ୍ସା ସତ୍ତ୍ୱେ ୧୦% ମୃତ୍ୟୁ []
ପୁନଃପୌନିକବର୍ଷକୁ ୬୦୦[]

ପ୍ଲେଗ (ଇଂରାଜୀ ଭାଷାରେ Plague) ଏକ ସଂକ୍ରାମକ (infectious disease) ରୋଗ ଯାହା ୟେରସିନିଆ ପେସ୍ଟିସ (Yersinia pestis) ନାମକ ଏକ ଜୀବାଣୁଦ୍ୱାରା (bacterium) ହୁଏ ।[] ଏହି ରୋଗରେ ଜ୍ୱର, ମୁଣ୍ଡ ବିନ୍ଧା ହୁଏ ଓ ଦୁର୍ବଳ ଲାଗେ ।[] ଜୀବାଣୁ ସଂସ୍ପର୍ଶରେ ଆସିବାର ସଂସ୍ପର୍ଶର ୧-୭ ଦିନ ପରେ ରୋଗ ଆରମ୍ଭ ହୁଏ । [] ବୁବୋନିକ ପ୍ଲେଗରେ (Bubonic plague) ଲସିକା ଗ୍ରନ୍ଥି ଫୁଲିଯାଏ, ସେପ୍ଟିସେମିକ ପ୍ଲେଗରେ (septicemic plague) ତନ୍ତୁମାନଙ୍କ ମୃତ୍ୟୁ ହୋଇ କଳା ପଡ଼ିଯାଏ ଓ ନିମୋନିକ ପ୍ଲେଗରେ (pneumonic plague) ଛାତି ଯନ୍ତ୍ରଣା, କାଶ ହେବା ସ‌ହିତ ରୋଗୀକୁ ଅଣନିଶ୍ୱାସୀ ଲାଗେ । []

ଫ୍ଲି (flea) କାମୁଡ଼ା ଯୋଗୁ ଓ ସଂକ୍ରମିତ ପଦାର୍ଥକୁ ବ୍ୟବ‌ହାର କରିବାଦ୍ୱାରା ବୁବୋନିକ ଓ ସେପ୍ଟିସେମିକ ପ୍ଲେଗ ବ୍ୟାପିଥାଏ ।[] ନିମୋନିକ ପ୍ଲେଗ ସାଧାରଣତଃ ବାୟୁ ମାଧ୍ୟମରେ (through the air) ସଂକ୍ରାମକ କଣିକାଦ୍ୱାରା ବ୍ୟାପିଥାଏ ।[] ଲସିକା ଗ୍ରନ୍ଥି, ରକ୍ତ ଓ ଖଙ୍କାର (sputum) ପରୀକ୍ଷା କରିବାପରେ ସେଥିରେ ଜୀବାଣୁ ଦେଖିଲେ ରୋଗ ନିର୍ଣ୍ଣୟ କରାଯାଏ ।[]

ରୋଗ ସଙ୍କଟ ଅଧିକ ଥିଲେ ଟିକା (vaccinated) ଦିଆଯାଏ ।[] ବୁବୋନିକ ପ୍ଲେଗ ସଂସ୍ପର୍ଶରେ ଆସିଥିଲେ ପ୍ରତିଷେଧକ ଭାବରେ ଔଷଧ ଦେବା ଆବଶ୍ୟକ ।[] ରୋଗ ଆରମ୍ଭ ହୋଇଗଲେ ଆଣ୍ଟିବାୟୋଟିକ (Antibiotic) ଓ ସାହାଯ୍ୟକାରୀ ଯତ୍ନ (supportive care) ସାହାଯ୍ୟରେ ଚିକିତ୍ସା କରାଯାଏ ।[] ସାଧାରଣତଃ ଜେଣ୍ଟାମାଇସିନGentamicinଫ୍ଲୋରୋକୁଇନୋଲିନ (fluoroquinolone) ଆଣ୍ଟିବାୟୋଟିକ ଦିଆଯାଏ । [] ଉପ‌ଯୁକ୍ତ ଚିକିତ୍ସା ମିଳିଲେ ମଧ୍ୟ ପ୍ରାୟ ୧୦% ରୋଗୀଙ୍କର ମୃତ୍ୟୁ ହୁଏ ଓ ଅଣଚିକିତ୍ସିତ ହେଲେ ୭୦% ରୋଗୀଙ୍କର ମୃତ୍ୟୁ ହୁଏ ।[]

ରିପୋର୍ଟ ଅନୁସାରେ ପ୍ରତି ବର୍ଷ ପୃଥିବୀରେ ପ୍ରାୟ ୬୦୦ ଲୋକଙ୍କର ଏହି ରୋଗ ଯୋଗୁ ମୃତ୍ୟୁ ହୁଏ ।[] ସନ ୨୦୧୭ରେ ଅଧିକାଂଶ ରୋଗୀ ଡେମୋକ୍ରାଟିକ ରିପବ୍ଲିକ ଅଫ ଦି କଙ୍ଗୋ (Democratic Republic of the Congo), ମାଡାଗାସ୍କର (Madagascar) ଓ ପେରୁ (Peru) ଭଳି ଦେଶମାନଙ୍କରେ ଦେଖାଯାଇଥିଲେ ।[] ଯୁକ୍ତରାଷ୍ଟ୍ର ଆମେରିକାର ମଫସଲ ଅଞ୍ଚଳରେ ଏହି ରୋଗ ଦେଖାଯାଏ ।[] ଏହି ରୋଗ ଐତିହାସିକ ମହାମାରୀ (outbreaks) ରୂପ ଧାରଣ କରିପାରେ ଯେପରିକି ୧୪ଶ ଶତାବ୍ଦୀର କଳ ମୃତ୍ୟୁ ବା ବ୍ଲାକ ଡେଥ (Black Death) ଯେଉଁଥିରେ ୫୦ନିୟୁତରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା ।[]

  1. ୧.୦ ୧.୧ ୧.୨ ୧.୩ ୧.୪ "Symptoms Plague". CDC (in ଆମେରିକୀୟ ଇଂରାଜୀ). September 2015. Retrieved 8 November 2017.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ "Plague". World Health Organization. October 2017. Retrieved 8 November 2017.
  3. ୩.୦ ୩.୧ "Resources for Clinicians Plague". CDC (in ଆମେରିକୀୟ ଇଂରାଜୀ). October 2015. Retrieved 8 November 2017.
  4. ୪.୦ ୪.୧ "FAQ Plague". CDC (in ଆମେରିକୀୟ ଇଂରାଜୀ). September 2015. Retrieved 8 November 2017.
  5. "Transmission Plague". CDC (in ଆମେରିକୀୟ ଇଂରାଜୀ). September 2015. Retrieved 8 November 2017.

ବାହ୍ୟ ଲିଙ୍କ

[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ